AR Rahman ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର, ଛାଡପତ୍ର ପରେ ସେୟାର କଲେ ପ୍ରଥମ ପୋଷ୍ଟ

Published By : Prameya-News7 Bureau | November 22, 2024 IST

ମୁମ୍ଵାଇ ୨୨।୧୧; ପ୍ରସିଦ୍ଧ ସଂଗୀତକାର ଏ.ଆର୍ ରେହମାନ। ନିକଟରେ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଛାଡପତ୍ର ଦେଇଛନ୍ତି। କିନ୍ତୁ ଏହି କଷ୍ଟଦାୟକ ସମୟରେ ସେ ଗୋପନୀୟତା ବଜାୟ ରଖିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହିତ ଛାଡପତ୍ରର କାରଣ ବ୍ୟକ୍ତିଗତ ପାର୍ଥକ୍ୟ ବୋଲି ଉଲ୍ଲେଖ କରିଥିଲେ। ଏହି ସମୟରେ ସେ ତାଙ୍କର ବୃତ୍ତିଗତ ଜୀବନରେ ତାଙ୍କର ସଫଳତାକୁ ସମସ୍ତ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ ।

ଶୁକ୍ରବାର ଦିନ ରେହମାନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ସେ ତାଙ୍କ ଚଳଚ୍ଚିତ୍ର 'ଦ ଗୋଟ ଲାଇଫ ' ପାଇଁ ହଲିଉଡ ମ୍ୟୁଜିକ୍ ଇନ୍ ମିଡିଆ ପୁରସ୍କାର (HMMA) ରେ 'ଶ୍ରେଷ୍ଠ ସ୍କୋର' ପୁରସ୍କାର ପାଇଛନ୍ତି। ଏହି ସମ୍ମାନ ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଏହାକୁ ତାଙ୍କ ଦଳ ଏବଂ ପ୍ରଶଂସକଙ୍କୁ ଉତ୍ସର୍ଗ କରିଥିଲେ । ରେହମାନର ପ୍ରଶଂସକମାନେ ତାଙ୍କୁ ଏହି ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି।

୨୯ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା

ରେହମାନ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟଜନକ ଖବର ଶୁଣାଇଥିଲା । ସେମାନଙ୍କର ୨୯ ବର୍ଷ ପୁରୁଣା ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ସାଇରା ବାନୁଙ୍କ ଓକିଲ ଏକ ବିବୃତ୍ତି ଜାରି କରିଛନ୍ତି। ବହୁ ବିଚାର ବିମର୍ଶ ପରେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ପୁରସ୍କାର ଜିତିବା ପରେ ରେହମାନ କ’ଣ କହିଥିଲେ?

ତାଙ୍କ କଷ୍ଟଦାୟକ ସମୟରେ ରେହମାନ ଶୁକ୍ରବାର ଦିନ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଯେଉଁଥିରେ ସେ ତାଙ୍କର ବୃତ୍ତିଗତ ସଫଳତା ବିଷୟରେ କହିଥିଲେ।  ତେବେ ରେହମାନ ଏହି ପୁରସ୍କାର ଉତ୍ସବରେ ଏକ ଭିଡିଓ ବାର୍ତ୍ତା ପଠାଇ କହିଥିଲେ 'ଏହି ପୁରସ୍କାର ପାଇ ମୁଁ ଗର୍ବିତ ଅନୁଭବ କରୁଛି। ‘ଦ ଗୋଟ ଲାଇଫ’ ପାଇଁ ଏହି ପୁରସ୍କାର ପାଇବା ଏକ ଗୌରବର ବିଷୟ। ମୁଁ ଏହି ପୁରସ୍କାର ମୋ ଟିମ୍‌ ଏବଂ ସମସ୍ତ ସମର୍ଥକଙ୍କୁ ଉତ୍ସର୍ଗ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.